ଏଣିକି ଆୟୁର୍ବେଦ ଡାକ୍ତର ଅସ୍ତ୍ରୋପଚାର କରିବେ

ଭୁବନେଶ୍ୱର : ଏଲୋପ୍ୟାଥିକ ଡାକ୍ତରଙ୍କ ଭଳି ଆୟୁର୍ବେଦ ଡାକ୍ତରମାନଙ୍କୁ ମଧ୍ୟ ବିଭିନ୍ନ ଛୋଟବଡ଼ ଅସ୍ତ୍ରୋପଚାର କରିବାକୁ ଅନୁମତି ମିଳିଛି । ଏହା ମଧ୍ୟରେ ବିଭିନ୍ନ ପ୍ରକାର ନାଶା, କର୍ଣ୍ଣ ଓ ଗଳା ସହିତ ଦାନ୍ତର ଅସ୍ତ୍ରୋପଚାର ମଧ୍ୟ ରହିଛି ।

ଅସ୍ତ୍ରୋପଚାର କରିବାକୁ ଆୟୁର୍ବେଦ ଡାକ୍ତରଙ୍କୁ ଅନୁମତି । କାନ, ଆଖି, ଦାନ୍ତ, ଅସ୍ଥି ଶଲ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରାଇବା ନିମନ୍ତେ ଆଇନ୍‌ସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ଆଇନ୍‌ସିଦ୍ଧ ବୋଲି ସ୍ପଷ୍ଟ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ସେଂଟ୍ରାଲ କାଉନ୍‌ସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍‌ର ଅଧ୍ୟକ୍ଷ କହିଛନ୍ତି । ଇଣ୍ଡିଆନ୍ ସେଂଟ୍ରାଲ କାଉନ୍‌ସିଲ ଅଫ୍ ମେଡିସିନ୍ ସ୍ନାତକୋତର ଆୟୁର୍ବେଦ ଶିକ୍ଷା ରେଗୁଲେସନ୍ ୨୦୧୬କୁ ସଂଶୋଧନ କରାଯାଇ ଯେଉଁ ସବୁ ପଦ୍ଧତି ସାମିଲ୍ କରାଯିବ ସେସବୁ ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପରେ ଗତ ୧୯ ତାରିଖରେ ବାହାରିଥିବା ଏହି ବିଜ୍ଞପ୍ତିରେ ସଂଶୋଧନ କରାଯାଇଥିବା ଉଲ୍ଲେଖ ଅଛି । ସ୍ନାତକୋତର ଶିକ୍ଷାରେ ସାଧାରଣ ଅସ୍ତ୍ରୋପଚାର ଓ କର୍ଣ୍ଣ, ନାସା, ଗଳା, ମୁଣ୍ଡ ଓ ଚକ୍ଷୁ ଅସ୍ତ୍ରୋପଚାର ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ଭାବେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ପାଇଁ ତାଲିମ୍ ପାଇବେ ।

Spread the love