ଇପିଏଫଓ ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ ଘୁଂଚିିଲା

ନୂଆଦିଲ୍ଲୀ : ବର୍ତମାନର କୋଭିଡ- ୧୯ ମହାମାରୀ ଏବଂ ବୟସ୍କ ଜନସଂଖ୍ୟାଙ୍କ ପ୍ରତି କରୋନା ଭୂତାଣୁର ଅଧିକ ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଅନ୍ତିମ ତାରିଖକୁ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଇପିଏସ ୧୯୯୫ ଅନ୍ତର୍ଗତ ପେନସନ ଉଠାଉଥିବା ତଥା ଯେଉଁମାନଙ୍କର ଫେବୃଆରୀ ୨୮, ୨୦୨୧ ସୁଦ୍ଧା ଜୀବନ ପ୍ରମାଣପତ୍ରର ଅବଧି ଶେଷ ହେଉଛି ସେମାନଙ୍କୁ ଏହି ସୁବିଧା ମିଳିପାରିବ । ବର୍ତମାନ ପେନସନଭୋଗୀମାନେ ବର୍ଷର ୩୦ ନଭେମ୍ବର ସୁଦ୍ଧା ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ପାଇପାରୁଛନ୍ତି, ଯାହାକି ଜାରି କରାଯିବାର ଏକ ବର୍ଷ ଅବଧି ପର୍ଯ୍ୟନ୍ତ ବୈଧ ରହିବ ।
ଏପରି ସମସ୍ତ ପେନସନଭୋଗୀମାନେ ଫେବୃଆରୀ ୨୮, ୨୦୨୧ ସୁଦ୍ଧା ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଜୀବନ ପ୍ରମାଣ ପତ୍ର ଦାଖଲ ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ରହିଛି । ୩.୬୫ ଲକ୍ଷ ଜନ ସେବା କେନ୍ଦ୍ର (ସିଏସସିଏସ), ପେନସନ ବିତରଣ କରୁଥିବା ବ୍ୟାଙ୍କ ଶାଖା, ଡାକ ବିଭାଗ ଅଧୀନରେ ଆସୁଥିବା ୧.୩୬ ଲକ୍ଷ ଡାକ ଘର, ୧.୯୦ ଲକ୍ଷ ପୋଷ୍ଟ ମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କ ମାଧ୍ୟମରେ ଏହା ଦାଖଲ କରାଯାଇପାରିବ ।

Spread the love