ଇଂଲଣ୍ଡ ଦଳରେ ସାମିଲ ହେଲେ ଭିରଦି

ଲଣ୍ଡନ : ଇଂଲଣ୍ଡ ଦଳରେ ଖେଳିବାକୁ ରେଡ୍ଡି ହେଲେଣି ଆଉ ଜଣେ ଶିଖ ଖେଳାଳି । ଏହି ଖେଳାଳି ଜଣକ ହେଉଛନ୍ତି ଅମର ଭିରଦି । ସରେ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳୁଥିବା ଏହି ୨୧ ବର୍ଷୀୟ ଅଫ ସ୍ପିନର ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ସିରିଜ ପାଇଁ ୩୦ ଜଣିଆ ଇଂଲଣ୍ଡ ଦଳରେ ସାମିଲ ହୋଇଛନ୍ତି । 

ମଣ୍ଟି ପାନେସରଙ୍କ ପରେ ଅମର ବି ଜଣେ ଶିଖ ସମ୍ପ୍ରଦାୟର । ଏହା ସହ ପାନେସର ଏବଂ ଗ୍ରେମ ସ୍ୱାନଙ୍କୁ ଦେଖି ବହୁତ କିଛି ଶିଖିଥିବାର କଥା କହିଛନ୍ତି ଏହି ୨୧ ବର୍ଷୀୟ ସ୍ପିନର । ନିଜର କୋଚ ପାକିସ୍ତାନୀ ସ୍ପିନର ସକଲେନ ମୁସ୍ତାକଙ୍କ ଠାରୁ ଦୁସରା ଏବଂ ଅନ୍ୟ ବୋଲିଙ୍ଗ ଟେକନିକ ଶିଖିଥିବା କଥା ମଧ୍ୟ ଅମର କହିଛନ୍ତି । ୨୦୧୭ରୁ କାଉଣ୍ଟି କ୍ରିକେଟ ଖେଳିବା ଆରମ୍ଭ କରିଥିବା ଅମର ଭିରଦି ବର୍ତ୍ତମାନ ସୁଦ୍ଧା ୨୩ଟି ମ୍ୟାଚରୁ ୬୯ଟି ୱିକେଟ ଅକ୍ତିଆର କରିସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *