ଆସନ୍ତୁ ଜାଣିବା ମୋନାଲିସା କେମିତି ହୋଇଗଲେ କୋଟିପତି !

ବଲିଉଡ ଏକ ଏଭଳି ସ୍ଥାନ ଯେଉଁଠି କାହା ଭାଗ୍ୟ କେତବେଳେ କଣ ପରିବର୍ତ୍ତନ ହୁଏ କେହିକହିପାରିବେ ନାହିଁ । ଗୋଟେ ଗୀତ, ଗୋଟେ ଡାଇଲଗ ଯେ ଆପଣଙ୍କୁ କେତବେଳେ ଜଣେ ସୁପରଷ୍ଟାର ଭାବରେ ପରିଣତ କରି ଦେବ ତାହା କୁହାଯାଇ ପାରିବ ନାହିଁ। ଲୋକମାନଙ୍କ ହୃଦୟ ଜିଣିଥିବା ମୋନାଲିସା ଙ୍କ ସହିତ ମଧ୍ୟ ଏଭଳି କିଛି ହୋଇଥିଲା। ଯାହା ଭୋଜପୁରୀ ରୁ ବଲିଉଡ କୁ ଆସିଥିବା ମୋନାଲିସା ଙ୍କୁ ଜଣେ ସଫଳ ଅଭିନେତ୍ରୀ ବନେଇ ଦେଇଥିଲା । କେବଳ ଭୋଜପୁରୀ ଓ ହିନ୍ଦୀ ନୁହେଁ, ମୋନାଲିସା ଓଡ଼ିଆ, ବଙ୍ଗଳା ଏବଂ ଦକ୍ଷିଣ ଭାରତୀୟ ଭାଷା ରେ ମଧ୍ୟ କାମ କରି ସାରିଛନ୍ତି।

ମୋନାଲିସା ଙ୍କ ପ୍ରକୃତ ନାମ ହେଉଛି ଅନ୍ତରା :
କୋଲକାତା ରେ ଜନ୍ମ ହୋଇଥିବା ମୋନାଲିସାଙ୍କ ପ୍ରକୃତ ନାମ ହେଉଛି ଅନ୍ତରା ବିଶ୍ୱାସ। ମୋନାଲିସା ନିଜର କ୍ୟାରିୟର ର ଆରମ୍ଭ ଓଡ଼ିଆ ମ୍ୟୁଜିକ ଭିଡିଓ ରୁ କରିଥିଲେ। ଧୀରେ ଧୀରେ ମୋନାଲିସା ଭୋଜପୁରୀ ଇଣ୍ଡଷ୍ଟ୍ରି ରେ ପ୍ରବେଶ କଲେ ଏବଂ ତାପରେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ସେ ବଲିଉଡ ରେ ପ୍ରବେଶ କଲେ।

କହି ରଖୁଛୁ କି ୨୦୦୮ ମସିହା ରେ ନିଜର ପ୍ରଥମ ଭୋଜପୁରୀ ଫିଲ୍ମ ଭୋଲେ ଶଙ୍କର ପାଖରୁ ନାଟକ ଦୁନିଆରେ ପ୍ରବେଶ କରିଥିଲେ। ମୋନାଲିସା ଏବେ ପର୍ଯ୍ୟନ୍ତ ୫୦ ରୁ ଅଧିକ ଭୋଜପୁରୀ ଫିଲ୍ମ ରେ କାମ କରି ସାରିଛନ୍ତି।

ସେ ଏବେ ୧୮ କୋଟିର ମାଲିକାଣୀ :
ମୋନାଲିସା ଙ୍କ ଆୟ କୁ ନେଇ କହିବାକୁ ଗଲେ ତାଙ୍କ ପାଖରେ ୧୮ କୋଟି ଟଙ୍କା ରହିଛି। topplanetinfo.com ର ରିପୋର୍ଟ ଅନୁସାରେ ମୋନାଲିସା ନିଜର ପ୍ରତ୍ୟେକ ଫିଲ୍ମ ପାଇଁ ୫ ରୁ ୭ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ଆଜି ସେ ୧୮ କୋଟି ଟଙ୍କାର ମାଲିକାଣୀ ହୋଇ ସାରିଛନ୍ତି।

ବିଗ ବସ ମାଧ୍ୟମରେ ବିବାହ କରିଥିଲେ ମୋନାଲିସା :
ମୋନାଲିସା ଙ୍କୁ ଲୋକପ୍ରିୟ ବିଗ ବସ ୧୦ ରେ ମଧ୍ୟ ଦେଖା ଯାଇ ସାରିଛି। ଏହି ଶୋ ସମୟରେ ସେ ନିଜର ବୟ ଫ୍ରେଣ୍ଡ ଅଭିନେତା ବିକ୍ରାନ୍ତ ସହିତ ବିବାହ କରି ନେଲେ। କହିବାକୁ ଗଲେ ଏବେ ମୋନାଲିସା ଏକତା କପୁର ଙ୍କ ସହିତ କୌଣସି ପ୍ରୋଜେକ୍ଟ ରେ କାମ କରୁଛନ୍ତି। ମୋନାଲିସା ଏକତା କପୁର ଙ୍କ ଗୋଟେ ଶୋ ରେ ଡାହାଣୀ ଚରିତ୍ର ରେ ନଜର ଆସିଥିଲେ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓ ଏମିତି ସମସ୍ତ ଖବର ଅପଡେଟ ପାଇବା ପାଁଇ ଆମ ପେଜ କୁ ଲାଇକ କରନ୍ତୁ ।

Spread the love