ଆଠଗଡ ପୌରାଞ୍ଚଳ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର: ଆଠଗଡ ପୌରାଂଚଳକୁ ମଙ୍ଗଳବାର କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଜଣେ ପୋଲିସ ଡିଏସପିଙ୍କୁ କରୋନା ହେବା ପରେ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି । ଆଜି ଦିନ ୨ଟାରୁ ଶୁକ୍ରବାର ସକାଳ ୬ଟା ଯାଏଁ କଟକଣା ଲାଗୁ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ ଭାବରେ ସ୍ଥାନୀୟ ସଂକ୍ରମଣ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ରାଜ୍ୟରେ ଆଉ ୨୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୦୬ଜଣଙ୍କ ମଧ୍ୟରୁ ୧୯୨ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୧୪ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।  ୨୨ଟି ଜିଲ୍ଲାରୁ ୨୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ମାଲକାନଗିରି ଜିଲ୍ଲାରୁ ୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୮, କୋରାପୁଟରୁ ୧୮, କଟକ ଓ ଜଗତସିଂହପୁରରୁ ୧୭ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୧୬, ଦେବଗଡ଼ରୁ ୧୫, ଖୋର୍ଦ୍ଧା ଓ ମୟୁରଭଞ୍ଜରୁ ୭ଜଣ, ଅନୁଗୁଳ ଓ କେନ୍ଦୁଝରରୁ ୬ଜଣ, ବାଲେଶ୍ୱରରୁ ୫, ଭଦ୍ରକ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଓ ସମ୍ବଲପୁରୁ ୪ଜଣ, ଗଞ୍ଜାମ ଓ ଝାରସୁଗୁଡ଼ାରୁ ୩ଜଣ, ସୁନ୍ଦରଗଡ଼ରୁ ୨, ବୌଦ୍ଧ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ଏନ୍‌ଡିଆର୍‌ଏଫ୍ ଯବାନ ମଧ୍ୟ ଚିହ୍ନଟ ହୋଇଛନ୍ତି । ସେ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *