ଆଜି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବୁଧବାର ଅପରାହ୍ନ ୫.୩୦ ମିନଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେବେ । ଏହି ବିଶ୍ୱବିଦ୍ୟାଳୟ ୧୯୨୦ରେ ପ୍ରତିଷ୍ଠା ହୋଇଥିବା ବେଳେ ଏହା ନିଜର ଶତବାର୍ଷିକୀ ପାଳନ କରୁଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ଭାରତୀୟ ଡାକ ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ମଧ୍ୟ ଶ୍ରୀ ମୋଦୀ ଉନ୍ମୋଚନ କରିବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ଉତ୍ତରପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ ।

Spread the love