ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

ପୁରୀ : ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଦୁଇଟି ଡ଼ାଳି ଚୂଳ ଶୋଭା ପାଏ । ଧାଡ଼ି ଧାଡ଼ି ହୋଇ ପୁଷ୍ପ ଅଳଙ୍କାର ଖଞ୍ଜା ଯାଇଥାଏ । ମଝିରେ ସୁବର୍ଣ୍ଣ କିଆ ସବୁ ଖଞ୍ଜା ଯାଏ । ସମଗ୍ର ବେଶକୁ ଧରି ରଖେ ଶ୍ରୀମୁଖରେ ଲାଗିହୋଇଥିବା ଗୋଟିଏ ଲେଖାଏଁ ବଳା । ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ସୁବର୍ଣ୍ଣ କିରିଟ ଶୋଭା ପାଇବ । ଶ୍ରୀଅଙ୍ଗରେ ସୁବର୍ଣ୍ଣ କିଆ ଡାଳି ଭଳି ଖଞ୍ଜାଯାଉଥିବାରୁ ବେଶର ନାମ ଏଭଳି ହୋଇଛି । ଏହିଦିନ ମଧ୍ୟ ଠାକୁରଙ୍କ ରାହାସ ନୀତି ରହିଛି ।

Spread the love