ଆଜି ପବିତ୍ର ହେରାପଞ୍ଚମୀ; ଦକ୍ଷିଣ ମୋଡ ହେବ ୩ ରଥ

ପୁରୀ : ଶ୍ରୀକ୍ଷେତ୍ରରେ ଆଜି ପବିତ୍ର ହେରାପଞ୍ଚମୀ । ଆଜି ଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି । ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ ।

ପରମ୍ପରା ଅନୁଯାୟୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଓ ଭଉଣୀଙ୍କୁ ନେଇ ଏହି ଯାତ୍ରରେ ଆସିଥିବାରୁ ମହାଲକ୍ଷ୍ମୀ ଅଭିମାନରେ ନନ୍ଦିଘୋଷ ରଥକୁ ଭାଙ୍ଗିଥାନ୍ତି। ପ୍ରଥମେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ନନ୍ଦିଘୋଷ ରଥ ନିକଟରେ ରୁହନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ, ଚାମର, ଘସା ବିଡ଼ିଆ, ଦହି ପଟି ସହ ମଣୋହୀ ନୀତି ହୋଇଥାଏ। ଏହାପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ଜୟବିଜୟ ଦ୍ୱାର ଠାରେ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଇଥାଏ। ନିତୀ ଅନୁଯାୟୀ ଶ୍ରୀଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଙ୍ଗନ କରିଥାନ୍ତି। ଏହା ପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ଶ୍ରୀମନ୍ଦିିରକୁ ପ୍ରବେଶ କରିଥାନ୍ତି। ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିରାଜିତ ଶ୍ରୀଜିଉମାନଙ୍କୁ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯାଇଛି । ତେବେ କୋଭିଡ୍ କଟକଣା ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ନେଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ ରୋକ୍ ଲଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *