ଆଜି ପବିତ୍ର ବଡଓଷା : ଧବେଳଶ୍ୱର ପୀଠ ଖାଁ ଖାଁ

ଭୁବନେଶ୍ୱର : ଆଜି ପବିତ୍ର ବଡଓଷା। କୋଭିଡ ନିୟମ ଅନୁସାରେ ମନ୍ଦିରମାନଙ୍କରେ କେବଳ ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ଏହି ଅବସରରେ ଅନେକ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ବିନା ଖାଁ ଖାଁ ସମସ୍ତ ମନ୍ଦିର ରହିଛି।

ବଡଓଷାର ମୁଖ୍ୟପୀଠ ହେଉଛି ଶ୍ରୀ ଶ୍ରୀ ଧବେଳଶ୍ୱର। ଏହି ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ କୁହାଯାଏ ଗଜା ପିଠା । ଅରୁଆ ଚାଉଳ ଚୂନାରେ ଏହି ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ଭକ୍ତମାନେ ଏହାକୁ ସେବନ କରିଥାନ୍ତି । କରୋନା କଟକଣା ପାଇଁ ଭକ୍ତଙ୍କୁ ଧବଳେଶ୍ୱର ଯିବାକୁ ବାରଣ କରାଯାଇ ଥିବାବେଳେ ମନ୍ଦିର ପରିସରରେ ପୂର୍ବରୁ ୧୪୪ ଧାରା ଜାରି କରାଯାଇଛି ।

Spread the love