ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ,

ନୂଆଦିଲ୍ଲୀ : ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଯାହା ମଧ୍ୟାହ୍ନ ୧୨ଟା ୫୯ ମିନିଟ ୯ ସେକେଣ୍ଡରେ ଆରମ୍ଭ ହେବ। ଏହାର ମଧ୍ୟକାଳ ଅପରାହ୍ନ ୩ଟା ୧୨ ମିନିଟ୍ ୯ ସେକେଣ୍ଡରେ ହେଉଥିବା ବେଳେ ସନ୍ଧ୍ୟା ୫ଟାବାଜି ୨୫ ମିନିଟ୍ ୯ ସେକେଣ୍ଡରେ ଗ୍ରହଣ ସମାପ୍ତ ହେବ। ତେବେ ଚନ୍ଦ୍ରଗ୍ରହଣ ଦିନବେଳା ଲାଗୁଥିବାରୁ ଏହା ଭାରତରେ ଦୃଶ୍ୟମାନ ହେଉ ନାହିଁ। ଏଣୁ ଦେଶରେ ଗ୍ରହଣ ପାଳନୀୟ ନୁହେଁ।

ତେବେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏସିୟା, ଅଷ୍ଚ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ପ୍ରତିଛାୟା ଚନ୍ଦ୍ରଗ୍ରହଣରେ ଚନ୍ଦ୍ରଙ୍କ କୌଣସି ଭାଗ ପୃଥିବୀର ଛାୟା ଉପରେ ପଡୁ ନାହିଁ। ଏମିତିରେ ବି ପ୍ରତିଛାୟା ଚନ୍ଦ୍ରଗ୍ରହଣକୁ ଗ୍ରହଣ ମାନ୍ୟତା ଦିଆଯାଏ ନାହିଁ।

Spread the love