ଅନୁଭବ-ବର୍ଷା ବିବାଦ; ଚତୁର୍ଥ ଆପୋସ ଆଲୋଚନା ଅସମ୍ପୂର୍ଣ୍ଣ

  • ଡିସେମ୍ବର ୧ରେ ପଞ୍ଚମ ଥର ଲାଗି ଆପୋସ ଆଲୋଚନା 

ନୂଆଦିଲ୍ଲୀ : ବଲିଉଡ଼ର ସଫଳ ଯୋଡି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ସୁପ୍ରିମକୋର୍ଟରେ ଜାରି ରହିଛି । ଏହାରି ମଧ୍ୟରେ ଗୁରୁବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିବାଦର ସମାଧାନ ପାଇଁ ଅନୁଷ୍ଠିତ ଚତୁର୍ଥ ଆପୋସ ଆଲୋଚନା ମଧ୍ୟ ଅସମ୍ପୂର୍ଣ୍ଣ ରହିଛି।
ଆଜି ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ସୁପ୍ରିମକୋର୍ଟ ମଧ୍ୟସ୍ଥତାରେ କେନ୍ଦ୍ରର ମଧ୍ୟସ୍ଥ ପୂଜା ଆନନ୍ଦଙ୍କ ଉପସ୍ଥିତିରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଦୀର୍ଘ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର କୌଣସି ବାଟ ବାହାରି ପାରିନଥିଲା। ଫଳରେ ପଞ୍ଚମ ଥର ଲାଗି ଆପୋସ ଆଲୋଚନା ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ। ଆସନ୍ତା ଡିସେମ୍ବର ୧ ତାରିଖ ଅପରାହ୍ନ ୪ଟା ସମୟରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପୁଣି ଆପୋସ ଆଲୋଚନା ପାଇଁ ସ୍ଥିର ହୋଇଛି।

Spread the love